ଓଡ଼ିଶା ଓ ଛତିଶଗଡ଼ ପୋଲିସର ମିଳିତ ଅପରେସନରେ ସଫଳତା, ୩ ମାଓବାଦୀ ସଫା
ମାଲକାନଗିରି : ୩ ହାର୍ଡକୋର ମାଓବାଦୀ ନିହତ । ଓଡ଼ିଶା ଓ ଛତିଶଗଡ଼ ପୋଲିସର ମିଳିତ ଅପରେସନରେ ସଫଳତା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଗାରିୟାବନ୍ଧ ପୋଲିସ ଓ SOG ଅପରେସନ ବେଳେ ଏନକାଉଣ୍ଟରରେ ୩ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ଜବତ ହୋଇଛି ୫ଟି ଅସ୍ତ୍ରଶସ୍ତ୍ର ।
କାଲି ରାତିରୁ ଆରମ୍ଭ ହୋଇଥିଲା ମାଓ ବିରୋଧୀ ଅଭିଯାନ । ନୂଆପଡ଼ା ଓ ଗାରିୟାବନ୍ଧ ଜିଲ୍ଲା ସୀମା ଅତଙ୍ଗ ଜଙ୍ଗଲରେ ଗୁଳି ବିନିମୟ ହୋଇଥିଲା । ଛତିଶଗଡ଼ ସ୍ପେଶାଲ ଫୋର୍ସ ଓ ସିଆରପିଏଫ ମଧ୍ୟ ଅପରେସନରେ ସାମିଲ ହୋଇଥିଲେ ।
ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ବଢିପାରେ । ମାଓ କ୍ୟାମ୍ପକୁ ଚାରି ପଟୁ ଘେରି ରହିଛନ୍ତି ସୁରକ୍ଷାକର୍ମୀ । ପୂରା ଆମ୍ବୁସ ବିଛାଇ ଜଗି ରହିଛି ସୁରକ୍ଷା କର୍ମୀ । ଏବେବି ଗୁଳି ବିନିମୟ ଜାରି ରହିଥିବା ସୂଚନା ଦେଇଛନ୍ତି ଗାରୀୟାବନ୍ଧ SP ନିଖିଲ ରାଖେଚା ।