ଆଜି ଶପଥ ଗ୍ରହଣ କରିବେ ଓଡିଶା ହାଇକୋର୍ଟର ୩ ନୂଆ ବିଚାରପତି

କଟକ(କେନ୍ଯୁଜ୍): ଆଜି ଶପଥ ଗ୍ରହଣ କରିବେ ଓଡିଶା ହାଇକୋର୍ଟର ୩ ନୂଆ ବିଚାରପତି । ଆଇନଜୀବୀ ମୃଗାଙ୍ଗ ଶେଖର ସାହୁ ହାଇକୋର୍ଟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ । ଜୁଡ଼ିସିଆଲ ଅଫିସର ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର ମଧ୍ୟ ହାଇକୋର୍ଟ ଜଜ ଭାବେ ଶପଥ ନେବେ । ମୁଖ୍ୟ ବିଚାରପତି ଜଷ୍ଟିସ ଡ଼. ଏସ ମୁରଲୀଧର ଏହି ତିନି ନୂଆ ବିଚାରପତିଙ୍କୁ ଶପଥ ଗ୍ରହଣ କରାଇବେ ।

ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ଆଇନ ବିଭାଗ ଗତ ୧୩ ତାରିଖରେ ନୂଆ ବିଚାରପତିଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଥିଲେ । ୩ ନୂଆ ବିଚାରପତି ଶପଥ ନେବା ପରେ ଓଡିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୧୭ରେ ପହଞ୍ଚିବ । ହାଇକୋର୍ଟରେ ଏବେ ଅଛନ୍ତି ୧୪ ଜଣ ବିଚାରପତି । ନିକଟରେ ଅନ୍ୟ ୨ ଜଣ ବିଚାରପତିଙ୍କର ଅନ୍ୟ ହାଇକୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ସେମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ୮ ତାରିଖରେ ଜଷ୍ଟିସ ଯଶୱନ୍ତ ସିଂ ଓ ଜଷ୍ଟିସ ଅରିନ୍ଦମ ସିହ୍ନା ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ନେଇଥିଲେ । ଓଡ଼ିଶା ହାଇକୋର୍ଟର ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୭ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.