ମାଙ୍କଡ଼ କାମୁଡାରେ ୩ ଜଣ ଗୁରୁତର: ସପ୍ତାହେ ବିତିଥିଲେ ମଧ୍ୟ ସୁଖୁନି ଗୁରୁତରଙ୍କ ଘା’

ସୋର : ମାଙ୍କଡ଼ କାମୁଡାରେ ଗୁରୁତରଙ୍କ ଶୁଖୁନି ଘା । ଭୟଭୀତ ଗାଁ ଲୋକ । ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଛଡ଼ଛଡ଼ିଆ ଓ ତୁଣ୍ଡୁପଡା ଗାଁରେ ମାଙ୍କଡ ଆତଙ୍କ । ମାଙ୍କଡ଼ ଆକ୍ରମଣରେ ଦୁଇ ମହିଳା ଓ ଜଣେ ପୁରୁଷ ଗୁରୁତର ହୋଇଛନ୍ତି ।  ଗୋଟେ ସପ୍ତାହ ବିତିଯାଇଥିଲେ ମଧ୍ୟ ଆହତଙ୍କ ଘା ଶୁଖୁନଥିବାରୁ ଆହତଙ୍କୁ ଚିକିତ୍ସା ଓ ଆର୍ଥିକ ସହଯୋଗ ପାଇଁ ଦାବି ହେଉଛି  । ଏହାସହ ଜଙ୍ଗଲ ବିଭାଗ ମାଙ୍କଡ଼ ମାନଙ୍କୁ ଧରି ଜଙ୍ଗଲରେ ଛାଡିବାକୁ ମଧ୍ୟ ଦାବି କରାଯାଇଛି ।

ଆହୁରି ପଢନ୍ତୁ : ନାବାଳକ ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ