ପିପିଲିରେ ନରହନ୍ତା ଦନ୍ତା, ୩ ଜଣଙ୍କ ଜୀବନ ନେଇ ୫ ଜଣଙ୍କୁ ଆହତ କଲା ହାତୀ

ପିପିଲି (କେନ୍ୟୁଜ୍) : ଦଳି ଦେଲା ଦନ୍ତା । ପିପିଲିରେ ହାତୀ ଆକ୍ରମଣରେ ଗଲା ତିନି ଜଣଙ୍କ ଜୀବନ । ବଳଙ୍ଗା ଗୋପୀନାଥପୁର ଗାଁର ଯୁଗଳ ଭଟ୍ଟ, ଚନ୍ଦ୍ରାଦେଇପୁର ମାଟିସାହିର ମକର ପଲେଇ ଓ ରାଜତେଇ ଚଇତନ ସାହୁଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲିଠାରୁ ଡେଲାଙ୍ଗ ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି । ବଣୁଆ ହାତୀଙ୍କ ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ସେପଟେ ଖୋର୍ଦ୍ଧା ବନ ବିଭାଗ ପକ୍ଷରୁ ହାତୀଙ୍କୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରହିଛି ।