କେନ୍ଦୁଝର ମାଛଗଡ଼ ବିଟ୍ ଅଞ୍ଚଳରେ ଭାଲୁ ଆତଙ୍କ, ଆକ୍ରମଣରେ ୩ ଗୁରୁତର

ଘଟଗାଁ(କେନ୍ୟୁଜ୍‌): କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ମାଛଗଡ଼ ବିଟ୍ ଅଞ୍ଚଳରେ ଆଜି ଭାଲୁ ଆକ୍ରମଣରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କରଞ୍ଜିଆ ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ଗୁରୁତର ମାନେ ହେଲେ ବାଉଁଶନାଳି ଗ୍ରାମର ନୀଳକଣ୍ଠ ମହାନ୍ତ, କମାରମରା ଗ୍ରାମର ଶେଖର ମହାନ୍ତ ଓ କାଳିଆଦୁମାର ମାଜୁରା ସିଦୁ ବୋଲି ଜଣାପଡିଛି। ତେବେ ଗାଁ ନିକଟରେ ଭାଲୁଟି ବୁଲୁଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.