ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା: ଯାତ୍ରୀବାହୀ ବସକୁ ଧକ୍କାଦେଲା ଟ୍ରକ, ଚାଲିଗଲା ତିନି ଜୀବନ

ବାରିପଦା: ଦୁର୍ଘଟଣାରେ ଗଲା ୩ ଜୀବନ । ୨୦ ଜଣ ଆହତ। ୧୮ ନଂ ଜାତୀୟ ରାଜପଥର ବାରିପଦା ସଦର ଥାନା ବୁଢ଼ିଖମାରୀ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ୍ । ଘଟଣାସ୍ଥଳରେ ଡ୍ରାଇଭରଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଥିଲା । ମେଡିକାଲରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ୨୦ ଜଣ ଆହତଙ୍କୁ ଉଦ୍ଧାର କରି ବାରିପଦା ସ୍ଥିତ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ହାଇଦ୍ରାବାଦରୁ ବାହାରି ଭୁବନେଶ୍ବର ଓ ବାଲେଶ୍ଵର ଦେଇ ତୀର୍ଥଯାତ୍ରୀ ମାନେ ଗୟା ଯାଉଥିଲେ। ଆଜି ଭୋର ୫:୩୦ ସମୟରେ ୧୮ ନଂ ଜାତୀୟ ରାଜପଥର ବୁଢ଼ିଖମାରୀ ଛକ ନିକଟରେଯାତ୍ରୀବାହୀ ବସକୁ ପିଟିଲା ଟ୍ରକ୍। ଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଜଣେ ହସ୍ପିଟାଲ୍ ପରିସରରେ ମୃତ୍ୟୁ ହୋଇଥିବା ଏଡିଏମଓ ବିଜୟ କୁମାର ଦାସ ସୂଚନା ଦେଇଛନ୍ତି। ଅନ୍ୟ ୨୦ ଜଣ ଗୁରୁତର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମୃତକ ଡ୍ରାଇଭର ହେଲେ ହାଇଦ୍ରାବାଦ ଚାରମିନାର ଅଞ୍ଚଳର ଉଦୟ ସିଂ ବୋଲି ଜଣାପଡିଛି।

 

 

 

You might also like