ଘଟଗାଁ (କେନ୍ୟୁଜ୍) : ବର୍ଷା ସିନା ତାତିରୁ ଆଶ୍ୱସ୍ତି ଦେଇଛି ହେଲେ ବଜ୍ରାଘାତ ନେଉଛି ଜୀବନ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟରେ ବଜ୍ରାଘାତରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ଶିଶୁକନ୍ୟା ସମେତ ୨ଜଣ ମହିଳା ଅଛନ୍ତି ।
ଝାଡ଼ଖଣ୍ତ ଓ ପଶ୍ଚିମବଙ୍ଗ ଅଞ୍ଚଳରୁ ଆସି କିଛି ଲୋକ ଢେଙ୍କିକୋଟ ଠାରେ ଫେରିକାମ କରୁଥିଲେ। ସମସ୍ତେ ଢେଙ୍କିକୋଟ ପାତ୍ର ସାହି ନିକଟ ଏକ ପଡ଼ିଆରେ ତମ୍ବୁ ଟାଣି ରହୁଥିଲେ। ଆଜି ଅପରାହ୍ନରେ ବଜ୍ରାଘାତ ହେବାରୁ ଏମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଅଶ୍ୱିନୀ ମୁଣ୍ଡା, ରାମ କେଲି ଓ ଡିଲୁଭା । ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ କରିଛି।
ସେହିପରି ମାଲକାନଗିରି କାଲିମେଳା ଓ ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳରେ ମଧ୍ୟ ଜଣେ ଲେଖାଏଁ ବଜ୍ରପାତରେ ମରିଥିବା ସୂଚନା ମିଳିଛି ।
ଭୁବନେଶ୍ୱର : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…
ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…
ରାଜଧାନୀ ଦିଲ୍ଲୀର ପ୍ରେମ୍ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…
ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…
ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…
ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…