ମାଲକାନଗିରି କଚେଲି ଗାଁରେ ଅଭାବନୀୟ ଘଟଣା:ଖାଦ୍ୟରେ ବିଷକ୍ରିୟା ଯୋଗୁ ଗୋଟିଏ ପରିବାରର ୩ ଭାଇ, ଭଉଣୀ ମୃତ

ମାଲକାନଗିରି: ଖାଦ୍ୟରେ ବିଷ, ୩ ମୃତ। ଗୋଟିଏ ପରିବାରର ୩ ଭାଇ, ଭଉଣୀ ମୃତ। ୩ଜଣ ପିଲାଙ୍କ ମୃତ୍ୟୁ ହୋଇଥିବାବେଳେ ମାଆ ଓ ଝିଅଙ୍କ ଅବସ୍ଥା ଗୁରୁତର ରହିଛି। ମାଲକାନଗିରି କଚେଲି ଗାଁରେ ଘଟିଛି ଏହି ଦୁଃଖଦ ଘଟଣା। ଖାଦ୍ୟରେ ବିଷକ୍ରିୟା ଯୋଗୁ ୩ଜଣଙ୍କ ମୃତ୍ୟୁ ହୋଇଛି। ମା ଓ ଝିଅଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମୃତ ୩ ଶିଶୁଙ୍କ ବୟସ ୮ ରୁ ୧୨ବର୍ଷ ମଧ୍ୟରେ। ଦୁଇ ଜଣ ଭଉଣୀ ଓ ଜଣେ ଭାଇ । ଗତକାଲି ପରିବାରର ୫ଜଣ ଖାଇସାରିବା ପରେ ଫୁଡ ପଏଜନ ହୋଇଥିଲା। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ଦୁଇ ପୁଅଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ଝିଅର ମୃତ୍ୟୁ ହୋଇଛି। ମାଆ ଓ ଅନ୍ୟ ଜଣେ ଝିଅର ଚିକିତ୍ସା ଚାଲିଛି। ଖାଦ୍ୟରେ ବିଷକ୍ରିୟା ଯୋଗୁ ୩ଜଣଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ତଥ୍ୟ ସଂଗ୍ରହ ଲାଗି ଗାଁରେ ଡାକ୍ତରୀ ଟିମ୍‌ ପହଞ୍ଚିଛି।

Leave A Reply

Your email address will not be published.