ରାଜଧାନୀରେ ବନ୍ଧୁକ ବିକ୍ରି ବେଳେ ଧରାପଡିଲେ ୩ ଅଭିଯୁକ୍ତ, ୪୫ ହଜାର ଟଙ୍କାରେ ହୋଇଥିଲା ଡିଲ୍

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀରେ ବଢିଚାଲିଛି ଅପରାଧ । କେତେବେଳେ ଡ୍ରଗ୍ସ ତ କେତେବେଳେ ଲୁଟ୍, ଏମିତି ପ୍ରତିଦିନ ଚାଲିଛି ଅପରାଧିଙ୍କ ରାଜୁତି। ପୁଣି ଆଉ ଏକ ଅପରାଧ ଘଟଣା ସାମ୍ନାକୁ ଆସିଛି । ଭୁବନେଶ୍ବରରେ ଗନ୍ ଡିଲ୍। ୪୫ ହଜାର ଟଙ୍କାରେ ବିକ୍ରି ପାଇଁ ହୋଇଥିଲା ଚୁକ୍ତି। ଯେଉଁ ବନ୍ଧୁକ ବିକ୍ରି ବେଳେ ଧରାପଡିଛନ୍ତି ୩ଜଣ ଅଭିଯୁକ୍ତ। ଏମାନଙ୍କ ମଧ୍ୟରେ ରହିଛନ୍ତି ଜଣେ ମହିଳା ୨ଜଣ ପୁରୁଷ।
ଅଭିଯୁକ୍ତମାନଙ୍କ ନିକଟରୁ ସ୍କର୍ପିଓ, ନାଇନ୍ ଏମ୍. ଏମ୍ ପିସ୍ତଲ ଓ ୪ଟି ଗୁଳି ଜବତ ହୋଇଛି। ବିକ୍ରି କରିବାକୁ ଆସିଥିବାବେଳେ STF ଓ ବରଗଡ଼ ପୋଲିସ ହାତରେ ଧରିପଡିଛନ୍ତି ଅଭିଯୁକ୍ତ। ତେବେ ଡିଲ୍ରେ ସଂପୃକ୍ତ ଅନ୍ୟ ଜଣେ ଫେରାର ହୋଇଯାଇଛନ୍ତି।