ବାଘ ଛାଲ ଡିଲ୍‌ ବେଳେ ମାଡି ବସିଲା ସ୍ପେଶାଲ୍‌ ସ୍କ୍ଵାର୍ଡ, ୩ ଶିକାରୀ ଗିରଫ

ଦେଓଗଡ଼(କେନ୍ଯୁଜ୍) : ବାଘ ଛାଲ ଡିଲ୍‌ ବେଳେ ମାଡି ବସିଲା ସ୍ପେଶାଲ୍‌ ସ୍କ୍ଵାର୍ଡ । ୩ ଶିକାରୀ ଗିରଫ । ଅଭିଯୁକ୍ତଙ୍କଠାରୁ ବାଘ ଛାଲ ସହ ଭୁଜାଲି ଓ ମୋବାଇଲ ଫୋନ ଜବତ କରିଛି ଦେଓଗଡ଼ ଜିଲ୍ଲା ସ୍ପେଶାଲ ସ୍କ୍ଵାର୍ଡ ପୋଲିସ । ଦେଓଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଟୁହିଳାମାଲ ଜଙ୍ଗଲ ନିକଟରୁ ୩ ତସ୍କରଙ୍କୁ ଗିରଫ କରାଯାଇଛି ।

SDPO ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ଵାର୍ଡ ଚଢଉ କରିଥିଲା । ଅଭିଯୁକ୍ତ ହେଲେ ପତି ବେହେରା, ଟିକେଇ ବେହେରା ଓ ରାଜନ ନାଏକ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.