ଆନନ୍ଦପୁର : ନଣ୍ତାବର ଗାଁ ନିକଟ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲେ ତିନୋଟି ଜଙ୍ଗଲି ବାରାହା । ଆନନ୍ଦପୁର ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ନଣ୍ତାବର ଗାଁ ନିକଟ ରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରୁ ଉଦ୍ଧାର ହେଲେ ତିନୋଟି ଜଙ୍ଗଲି ବାରାହା, ତିନୋଟି ଯାକ ବାରାହା ବିଳମ୍ବିତ ରାତିରେ ଖାଦ୍ୟ ଅନ୍ୱେଷଣ ରେ ଗାଁ ନିକଟକୁ ଆସିବା ସମୟରେ ପରିତ୍ୟକ୍ତ କୂଅରେ ଖସି ପଡିଥିଲେ ।
ସ୍ଥାନୀୟ ଲୋକେ ସକାଳୁ ବାରାହା କୂଅରେ ପଡିଥିବା ଜାଣିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ପରେ ଗ୍ରାମବାସୀଙ୍କ ସହଯୋଗ କ୍ରମେ କୂଅ ଭିତରୁ ତିନୋଟି ଯାକ ବାରାହାକୁ ସୂରକ୍ଷିତ ଉଦ୍ଧାର କରାଯାଇ ପୁର୍ନବାର ସ୍ଥାନୀୟ ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାପଡିଛି ।