ମୟୂରଭଞ୍ଜରେ ତାଣ୍ଡବ ରଚିଲା କାଳବୈଶାଖୀ: ପ୍ରବଳ ବର୍ଷା ପବନ ସାଙ୍ଗକୁ କୁଆପଥର ମାଡ଼

ମୟୂରଭଞ୍ଜ: ରାଜ୍ୟରେ କାଳବୈଶାଖୀ ଆରମ୍ଭ । ଗତକାଲି ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ପବନ ସାଙ୍ଗକୁ କୁଆପଥର ମାଡ଼ ହୋଇଛି । ବିଶୋଇ ଓ ବାଙ୍ଗିରିପୋଷି ଅଞ୍ଚଳରେ କୁଆ ପଥର ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଆଜବେଷ୍ଟସ୍ ଓ ଟାଇଲ ଘର ଭାଙ୍ଗି ଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି । କୁଆପଥର ମାଡ଼ରେ ଏକ ଯାତ୍ରୀବାହୀ ବସ୍ ର କାଚ ଭାଙ୍ଗି ଯାତ୍ରୀ ଆହତ ହୋଇଛନ୍ତି । କାଳବୈଶାଖୀ କାରଣରୁ ବଡ଼ବଡ଼ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଉପୁଡ଼ି ଯାଇଥିବା ସୂଚନା ମିଳିଛି । ପ୍ରାୟ ତିନି ଘଣ୍ଟା ଧରି କାଳବୈଶାଖୀ ତାଣ୍ଡବ ରୂପ ଦେଖାଇଥିଲା । ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଯାଇଥିବା ଯୋଗୁଁ ଅଧିକାଂଶ ଅଂଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇ ରହିଛି ।
ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳ ବୈଶାଖୀ ସମ୍ଭାବନା । ସବୁ ଜିଲ୍ଲା ପାଇଁ ସତର୍କତା ଜାରି ହୋଇଛି । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ବପନ ହେବାର ସମ୍ଭାବନା ରହିଛି । ପ୍ରାୟ ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । କାଳବୈଶାଖୀ ବର୍ଷା ସହ ତାପାମତ୍ରାରେ ମଧ୍ୟ ବ୍ରେକ୍ ଲାଗିବ ।
ଆହୁରି ପଢ଼ନ୍ତୁ : ତାତିରୁ ମିଳିବ ସାମାନ୍ୟ ଆଶ୍ବସ୍ତି, ରାଜ୍ୟରେ ୪ ଦିନ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା