ମୟୂରଭଞ୍ଜ : ଫୁଟ୍‌ବଲ ମ୍ୟାଚ୍‌ବେଳେ ବଜ୍ରାଘାତ; ଜଣେ ମୃତ ,୩ ଗୁରୁତର

ମୟୂରଭଞ୍ଜ (କେନ୍ୟୁଜ): ବାରିପଦା-ମୟୂରଭଞ୍ଜ ଜିଲ୍ଲା ଲକ୍ଷ୍ମୀପୋଷୀ ସ୍ଥିତ ରାଜାବସା ପଡ଼ିଆରେ ଫୁଟବଲ ମ୍ଯାଚ ଚାଲିଥିବା ବେଳେ ଅଘଟଣ। ବଜ୍ରପାତ ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ଯ ୩ ଜଣ ଗୁରୁତର ଅଛନ୍ତି। ମୃତକ ଜଣକ ସ୍ଥାନୀୟ ସାଲବଣି ଗ୍ରାମର ଅଶୋକ ମୁର୍ମୁ।ଆଜି ଅପରାହ୍ନରେ ଫୁଟବଲ ଖେଳ ଚଳୁଥିବା ବେଳେ ଏହି ଅଘଟଣ ଘଟିଛି। ଆହତ ମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.