ଆଗାମୀ ୩ ଦିନ ଯାଏ ରହିବ କାଳବୈଶାଖୀର ପ୍ରଭାବ: ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବ

ଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ବହିପାରେ ଝଡ଼ ପବନ । ଝଡ଼ବର୍ଷା ନେଇ ଆଜି ପାଇଁ ୯ଜିଲ୍ଲା କଟକ, ଢ଼େଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କଳାହାଣ୍ଡି, କେନ୍ଦୁଝରକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଏଥିରୁ ୮ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୭ ଜିଲ୍ଲାରେ କୁଆପଥର ମାଡ଼ ହୋଇପାରେ

କେନ୍ୟୁଜ(ବ୍ୟୁରୋ):  ରାଜ୍ୟରେ ପ୍ରଭାବ ଦେଖାଉଛି କାଳବୈଶାଖୀ । କିଛି ସ୍ଥାନରେ ବର୍ଷା ପବନ ସାଙ୍ଗକୁ କୁଆପଥର ମାଡ଼ ମଧ୍ୟ ହେଉଛି । ବର୍ଷା ଯୋଗୁ ତିନି ଦିନ ହେବ ରାଜ୍ୟରେ କମିଯାଇଛି ତାତି । ବିକ୍ଷିପ୍ତ କାଳବୈଶାଖୀ ଯୋଗୁ ରାଜ୍ୟର ସବୁ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସିଯାଇଛି । ଆଗାମୀ ୩ ଦିନ ଯାଏ କାଳବୈଶାଖୀର ପ୍ରଭାବ ରହିବ । ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବ । କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ବହିପାରେ ଝଡ଼ ପବନ । ଝଡ଼ବର୍ଷା ନେଇ ଆଜି ପାଇଁ ୯ଜିଲ୍ଲା କଟକ, ଢ଼େଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କଳାହାଣ୍ଡି, କେନ୍ଦୁଝରକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଏଥିରୁ ୮ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୭ ଜିଲ୍ଲାରେ କୁଆପଥର ମାଡ଼ ହୋଇପାରେ ।

ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକ ପାଇଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି । ଆସନ୍ତାକାଲି ଓ ତାପରଦିନ ବି କାଳବୈଶାଖୀ ପ୍ରଭାବ ଲାଗି ରହିବ । ହିମାଳୟ ପାଦଦେଶ ତଥା ପଶ୍ଚିମବଙ୍ଗ ଉପତ୍ୟକାରୁ ବିହାର ଯାଏ ଏକ ନିମ୍ନ ଚାପରେଖା ରହିଛି । ଏଥିସହ ପଞ୍ଜାବରେ ଏକ ଘୂର୍ଣ୍ଣିବଳୟ ଆକାରରେ ରହିଛି ପଶ୍ଚିମା ଝଡ଼ । ଓଡ଼ିଶା ଉପରେ ଏକ ଗୁରୁଚାପ ବଳୟ ରହିଛି । ଏହାର ପ୍ରଭାବରେ ୩-୪ ଦିନ କାଳବୈଶାଖୀ ପ୍ରଭାବ ରହିବ । ସମସ୍ତ ସ୍ଥାନରେ ସ୍ୱାଭାବିକଠାରୁ କମ୍‌ ରହିବ ଦିନ ତାପମାତ୍ରା । ୨୭ ତାରିଖ ପରଠୁ କମିବ ବର୍ଷା ପରିମାଣ । ଅର୍ଥାତ ୨୮ ତାରିଖ ବେଳକୁ ପୁଣି ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.