ରାଜ୍ୟରେ ୪ ଦିନ କାଳବୈଶାଖୀ ଆଶଙ୍କା: ବିଜୁଳି, ଘଡ଼ଘଡ଼ି, ବର୍ଷା ପାଇଁ ୨୧ ଯାଏ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟରେ ୪ ଦିନ କାଳବୈଶାଖୀ ଆଶଙ୍କା । ବିଜୁଳି, ଘଡ଼ଘଡ଼ି ବର୍ଷା ପାଇଁ ୨୧ ତାରିଖ ଯାଏ ଆଲର୍ଟ ଜାରି । ଆଜି ଅଧା ଓଡ଼ିଶାକୁ କାଳବୈଶାଖୀ ପାଇଁ ୟେଲୋ ଆଲର୍ଟ ଜାରି । ୧୫ ଜିଲ୍ଲା ମଧ୍ୟରୁ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ।

ସେହିପରି ଆସନ୍ତାକାଲି ପାଇଁ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ତିନି ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ୩ଦିନ ଭିତରେ ଦିନ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ଏହାପରେ କ୍ରମଶଃ ୨ରୁ ୩ ଡିଗ୍ରି ସେଲସିୟସ ଯାଏ ତାପମାତ୍ରା ବଢ଼ିବ ।

ଆହୁରି ପଢନ୍ତୁ: ଆକାଶରୁ ପଡିଲା ଲୌହ ଖଣ୍ଡ, ଦେଖିବାକୁ ଲୋକଙ୍କ ଭିଡ