କେନ୍ଦୁଝର: କାଳବୈଶାଖୀର ତାଣ୍ଡବରେ ଦୋହଲିଲା ଆନନ୍ଦପୁର ହାଟଡ଼ିହି ଅଞ୍ଚଳ

ଆନନ୍ଦପୁର(କେନ୍ୟୁଜ୍): କାଳ ବୈଶାଖୀର ତାଣ୍ଡବ ଆଜି ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ବ୍ଲକ ତେଲ୍ସିଙ୍ଗା ଗାଁରେ। ଅପରାହ୍ନ ରେ ଅଚାନକ କ୍ଷିପ୍ର ଗତିରେ ପବନ ବୋହିବା ସହିତ ଗଛ ଉପାଡି ପକାଇଥିଲା। ଜଣକ ଘର ଉପରେ ଆମ୍ବ ଗଛ  ପଡ଼ି  ଘର  ଭାଙ୍ଗିବା ସହିତ  ଲେଉଟି ପଡିଲା ୬୩କେଭି ବିଦ୍ୟୁତ ଟ୍ରାନ୍ସଫର୍ମର।

thunderstrom 2

ପବନର ବେଗ ଏତେ କ୍ଷିପ୍ର ଥିଲା ଯେ  ଜଣକ ଦୋକାନ ଘର ର ଟାଇଲ ମଧ୍ୟ ଉଡାଇନେଲା। ପ୍ରଶାସନ ଯଥାଶୀଘ୍ର ଲୋକ ମାନଙ୍କର କ୍ଷୟ କ୍ଷତିର ଆକଳନ କରି ଗରିବ ଲୋକମାନଙ୍କୁ କ୍ଷତିପୂରଣ ଯୋଗାଇଦେବାକୁ ଦାବି ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.