ବଜ୍ରପାତ ନେଲା ଜୀବନ

ଗଞ୍ଜାମ : ଦିଗପହଣ୍ଡି ବ୍ଲକ ଶଙ୍କରଖାଳି ଗାଁରେ ବଜ୍ରପାତ ଘଟି ମହିଳାଙ୍କ ମୃତ ଘଟିଛି । ମୃତ ମହିଳା ଜଣଙ୍କ ହେଲେ ସୁଷମା ନାୟକ। ସୁଷମା ବିଲକୁ ଯାଇଥିବା ବେଳେ ବଜ୍ରପାତ ଘଟି ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସୁଷମାଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତର ଖାନାରେ ତହସିଲଦାର ପହଞ୍ଚି ମୃତ ସୁଷମାଙ୍କ ତଥ୍ୟ ନେବା ସହ ମର ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।