ଆସନ୍ତା ୧୧ ତାରିଖରୁ କମିବ କାଳବୈଶାଖୀ ପ୍ରଭାବ, ତାପମାତ୍ରା ୨-୩ ଡିଗ୍ରୀ ଯାଏ ଦିନ ତାପମାତ୍ରା ବଢ଼ିବ

ଆଜି ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ୧୦ ତାରିଖ ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାପରେ କାଳବୈଶାଖୀ ପ୍ରଭାବ କମିବ ।

କେନ୍ୟୁଜ୍(ବ୍ୟୁରୋ): ଦିନକ ପରେ କଲବଲ କରିବ ତାତି । ଆସନ୍ତା ୧୧ ତାରିଖରୁ କମିବ କାଳବୈଶାଖୀ ପ୍ରଭାବ । ବଢ଼ିବ ପାରଦ । ଆଗାମୀ ୩-୪ ଦିନ ପରେ ରାଜ୍ୟରେ ତାପମାତ୍ରା ୨-୩ ଡିଗ୍ରୀ ଯାଏ ଦିନ ତାପମାତ୍ରା ବଢ଼ିବ । ବର୍ତ୍ତମାନ ରାଜ୍ୟର କିଛି ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି । ପବନ ସହ ବିଜୁଳି, ଘଡ଼ଘଡ଼ି ମାରୁଛି ।

ଆଜି ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ୧୦ ତାରିଖ ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାପରେ କାଳବୈଶାଖୀ ପ୍ରଭାବ କମିବ ।

Leave A Reply

Your email address will not be published.