ଉମରକୋଟ : ୩ ବର୍ଷର କୁନି ଝିଅକୁ ଝାମ୍ପି ନେଲା କଲରାପତରିଆ । ଲୋକଙ୍କ ଚିତ୍କାର ଶୁଣି ଛାଡ଼ି ଦେଇ ପଳାଇଲା । ଘଟଣା ଘଟିଛି ନବରଙ୍ଗପୁର ସୀମାନ୍ତ ଛତିଶଗଡ଼ ଧମତେରି ଜିଲ୍ଲାରେ । ଭିନସାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଧରାବତରାର ଗାଁରେ ବାଘ ଆକ୍ରମଣ । କୁନି ଝିଅଟି ସଂଧ୍ୟାରେ ଖେଳୁଥିବା ବେଳେ ବାଘ ଟେକି ନେଇ ଜଙ୍ଗଲ ଭିତରକୁ ପଳାଉଥିଲା । ଲେକେ ଚିତ୍କାର କରିବାରକୁ ଛାଡ଼ି ଦେଇ ପଳାଇଥିଲା । କିନ୍ତୁ ବାଘର ଆକ୍ରମଣରେ କୁନି ଝିଅର ମୃତ୍ୟୁ ଘଟିଥିଲା। ବାଘ ଆକ୍ରମଣରେ ଗାଁର ଆଉ ଜଣେ ମଧ୍ୟ ଆହତ ହୋଇଛନ୍ତି।
ଖବର ପାଇ ବନ ବିଭାଗ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବାଘର ଗତିବିଧି ଉପରେ କଡ଼ା ନଜର ରଖିଛି । ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ନଯିବା ପାଇଁ ଗାଁ ଲୋକଙ୍କୁ ପରାମର୍ଶ ଦେଇଛି ବନ ବିଭାଗ । କିଛି ଦିନ ପୂର୍ବରୁ ସହରୀ ଜଙ୍ଗଲ ଅଞ୍ଚଳର ସିହାୱା ଅନ୍ତର୍ଗତ କରମୁଦ ଗ୍ରାମରୁ ବାଘ ଏକ ନିରୀହ ପିଲାକୁ ନେଇ ଯାଇଥିଲା। ଏହାପୂର୍ବରୁ ମଧ୍ୟ ଉକ୍ତ ଅଞ୍ଚଳରେ ବାଘ ଦେଖାଯାଇଥିଲା । ଏହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଅନେକ ଗ୍ରାମବାସୀ ।