ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ, ଲାଗିଛି ୫୦୦ରୁ ଅଧିକ କ୍ୟାମେରା

ମୟୁରଭଞ୍ଜ(କେ ନ୍ୟୁଜ): ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ । କୋର ଓ ବଫର ଏରିଆ ସହିତ ଶିମିଳିପାଳ ପାଦ ଦେଶରେ ଚାଲିଛି ଗଣନା। କ୍ୟାମେରା, ବାଘର ପାଦଚିହ୍ନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦ୍ୱାରା ଗଣନା କାର୍ଯ୍ୟ କରାଯାଉଛି। ଜଙ୍ଗଲ ମଧ୍ୟରେ ଗଣନା ପାଇଁ ୫୦୦ରୁ ଉର୍ଦ୍ଧ୍ୱ କ୍ୟାମେରା ଲାଗିଛି।

ଏହି ଗଣନା କାର୍ଯ୍ୟ ବେଳେ ନୂତନ ଜ୍ଞାନକୌଶଳ ଅବଲମ୍ବନ କରାଯାଉଛି । ୪ଟି ପର୍ଯ୍ୟାୟରେ ୭ ଦିନ ଧରି ଚାଲିବ ଗଣନା । ଦୀର୍ଘ ୨୭୫୦ ବର୍ଗ କିଲୋମିଟର ପରିମିତ ଅ଼ଞ୍ଚଳ ହେଉଛି ଶିମିଳିପାଳ। ୨୦୦୮ ଏପ୍ରିଲ ମାସରେ ଶିମିଳିପାଳକୁ ଶତ ପ୍ରତିଶତ ଅଭୟାରଣ୍ୟ ଘୋଷଣା କରିଥିଲେ ରାଜ୍ୟ ସରକାର।

 

Leave A Reply

Your email address will not be published.