ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ୮୫ଜଣ କର୍ମଚାରୀ ତାଲିମରେ ସାମିଲ

ବାରିପଦା(କେନ୍ୟୁଜ୍):  ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ବାରିପଦା ବନଖଣ୍ଡ ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଛି ତାଲିମ କାର୍ଯ୍ୟକ୍ରମ । ଶିମିଳିପାଳ ଅଭୟାରଣ୍ୟର କୋର ଓ ବଫର ଅଞ୍ଚଳର ୮୫ଜଣ କର୍ମଚାରୀଙ୍କୁ ଏହି ତାଲିମ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ପ୍ରତି ୪ବର୍ଷରେ ଥରେ ବାଘ ଗଣନା ହୋଇଥାଏ । ପଞ୍ଚମ ଥର ପାଇଁ ପୁଣି ବାଘ ଗଣନା ହେବ । ଏଥିପାଇଁ ବନ କର୍ମଚାରୀଙ୍କୁ ତାଲିମ୍‌ ଦିଆଯାଇଛି । କ୍ୟାମେରା ଟ୍ରାପ୍‌ ବ୍ୟତୀତ ପ୍ରଥମ ଥର ପାଇଁ ଡିଜିଟାଲି ଏମ୍‌ସ୍‌ ଟାଇପ ପଦ୍ଧତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ସ୍ୱତନ୍ତ୍ର ଆପ୍‌ର ବ୍ୟବସ୍ଥା କରାଯାଇଛି।

tiger coungt

ମୋବାଇଲ ଆପ୍‌ ମାଧ୍ୟମରେ ଅଫଲାଇନରେ ବନ କର୍ମଚାରୀ ଜଙ୍ଗଲରୁ କିଭଳି ଡାଟା ପ୍ରସ୍ତୁତ କରିବେ ସେ ନେଇ ସମସ୍ତ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ତାଲିମ ଦିଆଯାଉଛି। ଅସନ୍ତା ନଭେମ୍ବର ଓ ଡିିସେମ୍ବରରେ ବାଘ ଗଣନା କାର୍ଯ୍ୟକ୍ରମ ଜାରି ରହିବାକୁ ଥିବା ବେଳେ ଜାନୁୟାରୀ ୨୦୨୨ରେ ସମ୍ପୁର୍ଣ୍ଣ ତଥ୍ୟ ସଂଗ୍ରହ କରି ଏନ୍‌ଟିସିଏ କୁ ପ୍ରଦାନ କରାଯିବ। ୨୦୧୬ ଗଣନା ମୁତାବକ ଓଡ଼ିଶାରେ ୪୦ଟି ବାଘ ଥିବା ବେଳେ ଶିମିଳିପାଳ ଅଭୟାରଣ୍ୟରେ ସର୍ବାଧିକ ୨୯ଟି ବାଘ ରହିଥିବା ଜଣା ପଡିଥିଲା । ଏଥି ମଧ୍ୟରେ ପ୍ରଥମ କରି କଳା ବାଘ ମଧ୍ୟ କ୍ୟାମେରା ଟ୍ରାପ୍‌ରେ ଚିହ୍ନଟ ହୋଇଥିଲା ।

 

Leave A Reply

Your email address will not be published.