ଅନୁଗୁଳ : ଡ୍ୟାମ ନିକଟରେ କଲରାପତରିଆ ବାଘର ମୃତଦେହ

ଅନୁଗୁଳ(କେନ୍ୟୁଜ୍) : ଅନୁଗୁଳ ଜିଲ୍ଲା ଖମାର ରେଞ୍ଜ ମାଙ୍କଡ଼ଚୁଆ ଗାଁ ନିକଟରୁ କଲରାପତରିଆ ବାଘର ମୃତଦେହ ଠାବ । ରେଙ୍ଗାଳୀ ଡ୍ୟାମ ଜଳଭଣ୍ଡାର ନିକଟରେ ମୃତ ବାଘକୁ ଦେଖି ବନବିଭାଗକୁ ଜଣାଇଥିଲେ ଗ୍ରାମବାସୀ । ଘଟଣାସ୍ଥଳରେ ବନ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, କେଉଁ କାରଣରୁ ବାଘଟିର ମୃତ୍ୟୁ ହେଲା ତାହା ସ୍ପଷ୍ଟ ଜଣାପଡ଼ି ନାହିଁ ।