ଦେବ୍ରିଗଡ଼ ଅଭୟାରଣ୍ୟରୁ ଠାବ ମୃତଦେହ କଲରାପତରିଆ ବାଘର : ଜଙ୍ଗଲ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ

ବରଗଡ଼(କେନ୍ଯୁଜ୍) : ମହାବଳ ନୁହଁ କଲରା ପତରିଆ? ବରଗଡ଼ ଦେବ୍ରିଗଡ଼ ଅଭୟାରଣ୍ୟରୁ ଠାବ ହୋଇଥିବା ଗଳିତ ମୃତଦେହ କଲରାପତରିଆ ବାଘର । ଏକଥା ସ୍ପଷ୍ଟ କରିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ପ୍ରାଥମିକ ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି । ତେବେ ବାଘର କେମିତି ମୃତ୍ୟୁ ହେଲା ଅଧିକ ଖୋଳତାଡ ପାଇଁ ଗଳିତ ମୃତଦେହକୁ ଫରେନସିକ ଲ୍ୟାବ୍କୁ ପଠାଯିହ । ରିପୋର୍ଟ ଆସବା ବାଘ ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି । ଗତକାଲି ଭଟ୍ଲି ବ୍ଲକ ଦାମୋଦରପଡ଼ା ଗାଁ ନିକଟ ଜଙ୍ଗଲରୁ ଗଳିତ ମୃତଦେହ ଠାବ ହୋଇଥିଲା । ବାଘ ଶିକାର ପରେ ପୋତିଦିଆଯାଇଥିବା ଅଭିଯୋଗ ହୋଇଛି । ବାଘର ମୁଣ୍ଡ କାଟିବା ସହ ଦାନ୍ତ ଓ ନଖ ନେଇଯାଇଥିଲେ ଶିକାରୀ ।