ବିଦ୍ୟୁତ ଆଘାତରେ କଲରାପତରିଆ ବାଘର ମୃତ୍ୟୁ
ନୟାଗଡ଼ : ବିଦ୍ୟୁତ ଆଘାତରେ କଲରାପତରିଆ ବାଘର ମୃତ୍ୟୁ ! । ନୟାଗଡ଼ ଖଣ୍ଡପଡ଼ା ବନାଞ୍ଚଳ ସାପୁଆ ଜଙ୍ଗଲରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଖବରପାଇ ଖଣ୍ଡପଡା ବନାଞ୍ଚଳ ଅଧିକାରିମାନେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବାରହା ଶିକାର ଉଦ୍ଦେଶ୍ୟରେ ବିଛା ଯାଇଥିବା ବିଦ୍ୟୁତ ତାର ଯୋଗୁଁ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣାସ୍ଥଳରୁ ବାଘର ମୃତଦେହକୁ ବନ ବିଭାଗ କର୍ମଚାରୀମାନେ ଜବତ କରିଛନ୍ତି । ଜବତ ବାଘର ମାଂସ ଭୁବନେଶ୍ବର ସ୍ଥିତ ପରୀକ୍ଷାଗାରକୁ ପଠାଯିବ ବୋଲି ନୟାଗଡ଼ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।