ଘୁମୁସର ବନଖଣ୍ଡରେ ପୁଣି ବାଘ ଆତଙ୍କ, ଦୁଇଟି ବାଛୁରୀଙ୍କୁ ଟାଣିନେଲା ଗାଈ ଗୋଠରୁ

ଭଞ୍ଜନଗର: ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ପୁଣି ବାଘ ଆତଙ୍କ । ଗାଈ ଗୋଠରେ ପଶି ଦୁଇଟି ବାଛୁରୀଙ୍କୁ ଟାଣିନେଲା । ଜଗନ୍ନାଥପ୍ରସାଦ ବନାଞ୍ଚଳ ଅନ୍ତର୍ଗତ ହଜପଲ୍ଲୀ ଗାଁର ଏକ ଜଳାଶୟ ନିକଟର ଏହି ଘଟଣା ଘଟିଛି । ଘଟଣାସ୍ଥଳରେ ପହଞ୍ଚିଛି ବନବିଭାଗ । ଗତ ୧୮ ତାରିଖରେ ମଧ୍ୟ ଏହି ବନାଞ୍ଚଳରେ, ଗୋଟିଏ ବାଛୁରୀକୁ ଆକ୍ରମଣ କରିଥିଲା ।
ବନବିଭାଗର ସମସ୍ତ ଚେଷ୍ଟା ସ ଏ ଯାଏଁ ଧରାପଡୁନି ବାଘ । ଗତ ୬ ମାସ ହେଲା ବିଭିନ୍ନ ଜଙ୍ଗଲକୁ ଘୁରି ବୁଲୁଛି ବାଘ । ଘଟଣା ପରେ ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମେରା ଲଗାଉଛି ବନବିଭାଗ । ହେଲେ ଟ୍ରାପ୍ କ୍ୟାମେରାରେ ବାଘର ଫଟୋ ଆସୁନି । ସଂପୃକ୍ତ ବାଘଟି ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡ ସହ କନ୍ଧମାଳ ଓ ନୟାଗଡ଼ ବନଖଣ୍ଡର ବିଭିନ୍ନ ଜଙ୍ଗଲରୁ ଜଙ୍ଗଲକୁ ଘୁରି ବୁଲୁଛି । ଗତ କିଛି ଦିନ ତଳେ, ଦକ୍ଷିଣ ଘୁମୁସର ବନଖଣ୍ଡର ବିଭୁତିଆ ଜଙ୍ଗଲ ନିକଟ ସୋରଡା-ଭଂଜନଗର ରାସ୍ତା ପାର ହେଉଥିବା ବେଳେ, ଜଣେ ଅଟୋ ଡ୍ରାଇଭର ଦେଖିଥିଲେ । ବନବିଭାଗ ପକ୍ଷରୁ ବାଘ ସମ୍ପର୍କରେ ସ୍ପଷ୍ଟ କରାଯାଇନାହିଁ ।