ରାଜ୍ୟ

ନୂଆପଡା ଜିଲ୍ଲାରେ ପୁଣି ବାଘ ଆତଙ୍କ, ବଳଦକୁ ମାରି ଖାଇଲା

ନୂଆପଡା (କେନ୍ୟୁଜ): ନୂଆପଡା ଜିଲ୍ଲା ସୁନାବେଡା ଅଭୟରଣ୍ୟର ଜଳମଡ଼େଇ ଗାଁରେ ପୁଣି ବାଘର ଆତଙ୍କ । ଆଜି ସକାଳେ ଜଳମଡ଼େଇ ଗାଁର ରାମଶିଳା ପଟିଆଙ୍କ ଗୋଟିଏ ବଳଦ ନିକଟସ୍ଥ ଜଙ୍ଗଲକୁ ମହୁଳ ଖାଇବାକୁ ଯାଇଥିବା ବେଳେ ବାଘ ଆକ୍ରମଣ କରିଛି।

ପୂର୍ବରୁ ଗତ ୧୯ ତାରିଖରେ ଗାଁର ଜଣେ ବୃଦ୍ଧାଙ୍କୁ ଘର ପଛପଟୁ ଟାଣି ନେଇ ମାରିଖାଇ ଦେଇଥିଲା। ବାଘ ଭୟରେ ଗ୍ରାମବାସୀ ଆତଙ୍କିତ ହୋଇ ରହିଛନ୍ତି । ଅପରପକ୍ଷେ, ସୁନାବେଡା ବନ୍ୟଜନ୍ତୁ ବିଭାଗ କର୍ମଚାରୀ ଜଳମଡ଼େଇ ଗାଁରେ ପହଞ୍ଚି ଗାଁ ସ୍ୱଂଲଗ୍ନଥିବା ମହୁଲ ଜଙ୍ଗଲର ବିଭିନ୍ନ ସ୍ଥାନରେ ୧୫ ଟି ଟ୍ରାପ କ୍ୟାମେରା ଲଗେଇ ବାଘର ଗତିବିଧି ଉପରେ ନଜର ରଖିଛନ୍ତି । ଏଥିସହ ବନ୍ୟଜନ୍ତୁ ବିଭାଗ କର୍ମଚାରୀ ଗାଁ ଲୋକଙ୍କୁ ସୁରକ୍ଷା ଯୋଗେଇ ଦେବା ସହ ସଚେତନ କରାଯାଉଛି ବୋଲି ସୁନାବେଡା ବନ୍ୟଜନ୍ତୁ ବିଭାଗ ରେଞ୍ଜର ଶିବ ପ୍ରସାଦ ଖମାରୀ ସୂଚନା ଦେଇଛନ୍ତି।

Barsha

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

20 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

25 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago