ନୂଆପଡ଼ାରେ ମାତିଛି ବାଘ: ପୁଣି ଗୁହାଳରେ ପଶି ବାଛୁରୀ ଉପରେ କଲା ଆକ୍ରମଣ

ନୂଆପଡାରେ ଏବେ ବାଘ ଆତଙ୍କରେ ଗ୍ରାମବାସୀଙ୍କ ନିଦ ହଜିଯାଇଛି । ଖବରପାଇ ନୂଆପଡା ବନବିଭାଗ କର୍ମଚାରୀ ଗାଁରେ ପହଞ୍ଚି ବାଘର ପାଦ ଚିହ୍ନ ଠାବ କରିଛନ୍ତି ।

ନୂଆପଡା (କେନ୍ୟୁଜ): ପୁଣି ବାଘ ଆତଙ୍କ। ନୂଆପଡା ରେଞ୍ଜ ଆମାନାରା ଫରେଷ୍ଟ ବିଟ୍‌ ମୋହରାଡିହ ଗାଁରେ ବାଘ ଆତଙ୍କ । ମୋହରାଡିହି ଗାଁର ଗୋଟିଏ ବାଛୁରୀକୁ ମାରି ଖାଇଥିବା ଅଭିଯୋଗ ହୋଇଛି । ଦିନ ସମୟରେ ସୁନାବେଡ ଅଭୟାରଣ୍ୟ ସଂଲଗ୍ନ ରହିଥିବା ମୁସରଙ୍ଗ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ବାଘ ରହୁଛି । ସଂଧ୍ୟା ହେଲେ ଜଙ୍ଗଲ ତଳି ଅଞ୍ଚଳରେ ଥିବା ଗାଁରେ ପଶି ଗାଈ ଗୋରୁଙ୍କ ମାରି ଖାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ପୂର୍ବରୁ ମଧ୍ୟ ୨ଟି ଗାଈ ଓ ଗୋଟିଏ ବାଛୁରୀ ଓ ଗୋଟିଏ ମଇଁଷିକୁ ଗୁହାଳରୁ ଟାଣିନେଇ ଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏବେ ବାଘ ଆତଙ୍କରେ ଗ୍ରାମବାସୀଙ୍କ ନିଦ ହଜିଯାଇଛି । ଖବରପାଇ ନୂଆପଡା ବନବିଭାଗ କର୍ମଚାରୀ ଗାଁରେ ପହଞ୍ଚି ବାଘର ପାଦ ଚିହ୍ନ ଠାବ କରିଛନ୍ତି । ଏଥିସହ ବାଘର ଗତିବିଧିକୁ ଅନୁଧ୍ୟାନ କରିବାକୁ ଗଁ ନିକଟରେ ଟ୍ରାପ୍‌ କ୍ୟାମେରା ଲଗାଇବା ସହ ଗ୍ରାମବାସୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଥିବା କହିଛନ୍ତି ଖଡିଆଳ ବନଖଣ୍ଡ ଡିଏଫଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.