ଶିମିଳିପାଳ ଅଭୟାରଣ୍ୟରେ ବାରହା ଶିକାର କଲା ବାଘୁଣୀ ‘ଯମୁନା’

ମୟୁରଭଞ୍ଜ : ବାରହା ଶିକାର କଲା ଯମୁନା । ଶିମିଳିପାଳ ଅଭୟାରଣ୍ୟରେ ବାରହା ଶିକାର କଲା ଯମୁନା । ଗତକାଲି ଏନକ୍ଲୋଜର ମଧ୍ୟକୁ ବାରହା ଛାଡ଼ିଥିଲେ ଶିମିଳିପାଳ କର୍ତ୍ତୃପକ୍ଷ । ମହାରାଷ୍ଟ୍ରରୁ ଅଣାଯାଇ ଶିମିଳିପାଳରେ ବାଘୁଣୀ ଯମୁନାକୁ ଛଡ଼ାଯାଇଛି ।
ଗତ ୨୮ ତାରିଖରେ ମହାରାଷ୍ଟ୍ରର ତଡ଼ବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳ ଆସିଛି ଅଢେଇ ବର୍ଷର ବାଘୁଣୀ । ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ଏବଂ ବିଶେଷ କରି କଳାବାଘ ସଂଖ୍ୟା ବଢ଼ୁଥିବାରୁ ମହାବଳ ବାଘର ଜେନେଟିକ୍ ଡାଇଭର୍ସିଟିକୁ ନିୟନ୍ତ୍ରଣରେ ରଖିବାରେ ଏହି ବାଘୁଣୀ ସହାୟକ ହେବ ବୋଲି ବନ ବିଭାଗ ଆଶା ରଖିଛି । ଏଥିପାଇଁ ବହୁ ପୂର୍ବରୁ ଯୋଜନା ହୋଇଥିବା ବେଳେ ବାଘୁଣୀର ସ୍ଥାନାନ୍ତରଣ ପାଇଁ ସପ୍ତାହେ ପୂର୍ବରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଶିମିଳିପାଳରେ ବାଘବଂଶ ବୃଦ୍ଧି ପାଇଁ ଶିମିଳିପାଳ ଅଭୟାରଣ୍ୟ ଏକ ପ୍ରକୃଷ୍ଟ ସ୍ଥାନ ବୋଲି ଏନଟିସିଏ କହିଛି ।