ରାସ୍ତା ଉପରେ ବାଘ : ବଲାଙ୍ଗିର ବଡମାଳ ଗୋଳାବାରୁଦ ପରିସରରେ ବୁଲୁଛନ୍ତି ୨ଟି କଲରାପତରିଆ

ବଲାଙ୍ଗିର(କେନ୍ୟୁଜ୍) : ରାସ୍ତା ଉପରେ ବାଘ। ବଲାଙ୍ଗିର ସଇଁତଳା ବ୍ଲକ ବଡମାଳ ଗୋଳାବାରୁଦ କାରଖାନା ପରିସରରେ ଘୁରି ବୁଲୁଛନ୍ତି ୨ଟି କଲରାପତରିଆ ବାଘ। ଏହି ଖବର ପ୍ରଚାର ହେବାପରେ ଲୋକେ ଆତଙ୍କିତ ହୋଇ ରହିଛନ୍ତି।

tige ଗତକାଲି ସନ୍ଧ୍ୟାରେ କାରଖାନା କର୍ମଚାରୀମାନେ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ କାରଖାନା ରାସ୍ତାରେ ୨ଟି ବାଘ ଦେଖାଯାଇଥିଲା। ଖାଦ୍ୟ ସନ୍ଧାନରେ ବାଘ ଦୁଇଟି ନିକଟସ୍ତ ଜଙ୍ଗଲରୁ ପଳାଇ ଆସିଥିବା ସନ୍ଦେହ କରାଯାଉଛି। ବନବିଭାଗ କର୍ମଚାରୀମାନେ ଖବର ପାଇ ଘଟଣାର ଅନୁସନ୍ଧାନ କରୁଛନ୍ତି ।