କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟି ଜଙ୍ଗଲ ରାସ୍ତାରେ ବୁଲୁଛି ବାଘ, ଭୟଭୀତ ଲୋକେ

କଳାହାଣ୍ଡି: ରାସ୍ତାରେ ବୁଲୁଛି ବାଘ । କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟି ରାସ୍ତା ଜଙ୍ଗଲରେ କଲରାପତରିଆ ବାଘ ଦେଖିବାକୁ ମିଳିଛି । ବାଘ ବୁଲୁଥିବାରୁ ଲୋକେ ଭୟଭୀତ ହୋଇ ରହିଛନ୍ତି ।

ଗତକାଲି ରାତିରେ ସିଉନି ଗାଁର ଆଲୋକ ପାଣିଗ୍ରାହୀ ତାଙ୍କ ସାଙ୍ଗଙ୍କ ସହ ଫେରୁଥିବାବେଳେ ବାଘ ଦେଖିଥିଲେ । ଫଳରେ ସେହି ରାସ୍ତାରେ ଲୋକମାନେ ଯିବା ଆସିବା ପାଇଁ ଭୟ କରୁଛନ୍ତି । ବାଘଟି ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ ଚାଲି ଆସିଥିବା ସନ୍ଦେହ କରାଯାଉଛି । ବନବିଭାଗ ବାଘର ଗତିବିଧି ଉପରେ ନଜର ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.