ନନ୍ଦନକାନନରେ ବାଘୁଣୀ ‘ସାରା’ର ମୃତ୍ୟୁ, ଦୀର୍ଘ ଦିନ ଧରି ଥିଲା ଅସୁସ୍ଥ
ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଭୋର ସମୟରେ ଆଖି ବୁଜିଛି ବାଘୁଣୀ ସାରା । ଅସୁସ୍ଥ ବାଘୁଣୀ ‘ସାରା’ର ମୃତ୍ୟୁ ହୋଇଛି । ୧୮ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି । ‘ସାରା’ ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି । କିଛିଦିନ ହେବ ‘ସାରା’ ଠିକ୍ ଭାବେ ଖାଦ୍ୟ ଖାଉ ନ ଥିଲା। ପ୍ରାଣୀ ଉଦ୍ୟାନ ଚିକିତ୍ସକଙ୍କ ଦ୍ୱାରା ‘ସାରା’ର ଚିକିତ୍ସା କରାଯାଉଥିଲା ।
ପ୍ରାଣୀ ଅଦଳବଦଳ ପ୍ରକ୍ରିୟାରେ ଭୋପାଳ ଚିଡିଆଖାନାରୁ ୨୦୦୯ରେ ବାଘୁଣୀ ‘ସାରା’ ନନ୍ଦନକାନନ ଆସିଥିଲା । ପ୍ରତି ବଦଳରେ ନନ୍ଦନକାନନରୁ ଗୋଟିଏ ଧଳାବାଘ ଦିଆଯାଇଥିଲା । ‘ସାରା’ର ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୬କୁ ଖସି ଆସିଛି।