ନୟାଗଡରୁ ପୁଣି ବାଘଛାଲ ର‍୍ୟାକେଟର ପର୍ଦ୍ଦାଫାସ୍ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍

ନୟାଗଡ: ପୁଣି ନୟାଗଡରୁ ବାଘଛାଲ ର‍୍ୟାକେଟର ପର୍ଦ୍ଦାଫାସ । ଜିଲ୍ଲାର ରଣପୁର ଅଞ୍ଚଳରୁ ୨ଟି ବାଘ ଛାଲ ଜବତ । ଜବତ କରିଛି କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ । ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ଗତକାଲି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଚଢଉ କରି ବାଘ ଛାଲ ଜବତ କରିଥିଲା ।

ତେବେ ଏହି ର‍୍ୟାକେଟ‌ରେ ଆଉ କେତେ ଜଣ ସଂପୃକ୍ତ ଅଛନ୍ତି, ସେନେଇ ତଦନ୍ତ ଚାଲିଛି‌ । ସୂଚନା ଅନୁଯାୟୀ, ଗତ ୮ ତାରିଖରେ ମଧ୍ୟ ନୟାଗଡ଼ ଗିରିପୂଜା ଜଙ୍ଗଲରେ ଚଢାଉ କରି କଲରାପତରିଆ ବାଘଛାଲ ଓ ହରିଣ ଛାଲ ଜବତ କରିଥିଲା ଏସ୍‌ଟିଏଫ୍‌ । ଏହି ଘଟଣାରେ ଦୁଇ ଜଣ ବେପାରୀଙ୍କୁ ଗିରଫ କରାଯାଇଥିଲା ।

Leave A Reply

Your email address will not be published.