ବାଘ ଛାଲ ଜବତ, ୧୦ ଗିରଫ

ବାଲେଶ୍ବର : ବାଲେଶ୍ବର ବନ ବିଭାଗ ପକ୍ଷରୁ ବଡ ଧରଣର ରେଡ୍ । ବାଘ ଛାଲ ଜବତ କରିବା ସହ ରାକେଟ ଠାବ କରିବାରେ ସମର୍ଥ ହୋଇଛି ବାଲେଶ୍ଵର ବନବିଭାଗ । ସମସ୍ତ ଗିରଫ ବ୍ୟକ୍ତି ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର । ଗିରଫ ସଂଖ୍ୟା ୧୦ରୁ ଉର୍ଦ୍ଧ୍ବ ହେବ । ବାଘ ଛାଲ ଚୋରା ଚାଲାଣ ବେଳେ ବନ ବିଭାଗ ସହିତ ସ୍ପେଶାଲ ଟିମ ଚଢ଼ାଉ କରିଥିଲା। ଏହି ମାମଲାରେ ବାଲେଶ୍ଵର ଡି ଏଫ୍ ଓ ଚାନ୍ଦିପୁର ରେଞ୍ଜ ଅଫିସର ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ବାଘଛାଲ କେଉଁଠୁ କେଉଁଠାକୁ ଚାଲାଣ ହେଉଥିଲା ତାହା ଡିଏଫଓଙ୍କ ପ୍ରେସମିଟ ପରେ ସ୍ପଷ୍ଟ ହେବ।