ଚାଲାଣ ବେଳେ ବାଘ ଚମଡା ଜବତ, ବିରିପୁର ଜଙ୍ଗଲରେ ଡିଲ୍‌ ଚାଲିଥିବା ସମୟରେ ମାଡି ବସିଥିଲା ସ୍ୱତନ୍ତ୍ର ସ୍ୱ୍କାର୍ଡ

ନବରଙ୍ଗପୁର(କେନ୍ଯୁଜ୍): ନବରଙ୍ଗପୁର ବନବିଭାଗକୁ ସଫଳତା। ଚାଲାଣ ସମୟରେ ଗୋଟିଏ ବାଘ ଚମଡା ଜବତ କଲା ନବରଙ୍ଗପୁର ବନ ବିଭାଗର ସ୍ୱତନ୍ତ୍ର ସ୍କ୍ଵାର୍ଡ ଟିମ୍‌। ରାଇଘର ଅ଼ଞ୍ଚଳରେ ବାଘ ଚମଡା ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନବରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ଚଢାଉ କରାଯାଇଥିଲା।

ବିରିପୁର ଜଙ୍ଗଲରେ ବିକ୍ରି ପାଇଁ ଡିଲ୍‌ ଚାଲିଥିବାବେଳେ ମାଡି ବସିଥିଲା ସ୍ୱତନ୍ତ୍ର ସ୍ୱ୍କାର୍ଡ । ବାଘ ଚମଡାକୁ ଜବତ କରାଯାଇଥିବାବେଳେ ଖସି ପଳାଇଥିଲେ ବ୍ୟବସାୟୀ। ତେବେ ଏହି ରାକେଟରେ ଆଉ କିଏ ସଂପ୍‌ୃକ୍ତ ଅଛନ୍ତି। ଚୋରା ଚାଲାଣ ରାକେଟ କେଉଁଠୁ କେଉଁଠିକୁ ଚାଲାଣ ହେଉଥିଲା ସେନେଇ ତଦନ୍ତ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.