ନୂଆପଡ଼ା ପଳାସପଡ଼ା ଛକ ନିକଟରୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଦ୍ବାରା ବାଘ ଛାଲ ଜବତ, ୨ ଗିରଫ

ନୂଆପଡ଼ା: ନୂଆପଡ଼ାରୁ ପୁଣି ବାଘ ଛାଲ ଜବତ । ପଳାସପଡ଼ା ଛକ ନିକଟରୁ ବାଘ ଛାଲ ଜବତ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ । ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ଚାଲିଥିବା ବେଳେ ଏସ୍‌ଟିଏଫ୍‌ ଚଢାଉ କରିଥିଲା । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

ଗିରଫ ଦୁଇ ଅଭିଯୁକ୍ତ ହେଲେ ନୂଆପଡ଼ାର ସୁବରବନ ସିଂହଦେଓ ଏବଂ ସମନସିଂହ ମାଝୀ । ସେମାନଙ୍କଠାରୁ ବାଘ ଛାଲ ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜବତ ବାଘ ଛାଲକୁ ପରୀକ୍ଷା ପାଇଁ ଡେହେରାଡୁନ୍‌ ସ୍ଥିତ ଓ୍ଵାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ ପଠାଯିବ ।

Leave A Reply

Your email address will not be published.