ଡ଼ିଲ୍ ବେଳେ ଚଢ଼ାଉ, ବାଘ ଛାଲ ସହ ୨ ଗିରଫ

ବାରିପଦା (କେନ୍ୟୁଜ) : ବାରିପଦା ହୋଟେଲରେ ବାଘ ଛାଲ ଜବତ ଘଟଣା । ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ବନବିଭାଗ । ଗିରଫ ଅଭିଯୁକ୍ତ କେନ୍ଦୁଝରି ଗାଁର ଲକ୍ଷ୍ମଣ ମୁର୍ମୁ । ତା ନିକଟରୁ ୨ଟି ବନ୍ଧୁକ ଜବତ ହୋଇଛି। ଲକ୍ଷ୍ମଣ ମାସେ ପୂର୍ବରୁ ଶିମିଳିପାଳ ଜଙ୍ଗଲରୁ ଏକ କଲରା ପତରିଆ ବାଘ ଛୁଆକୁ ଶିକାର କରିଥିଲା । ପରେ ବାଘ ଛାଲକୁ ୨ ହଜାର ଟଙ୍କାରେ ବିକ୍ରି କରିଥିବା କହିଛି ।

ଗତକାଲି ବାରିପଦା ହୋଟେଲରେ ବାଘ ଛାଲ ବ୍ୟବସାୟ ବେଳେ ବନବିଭାଗ ଚଢାଉ କରିଥିଲା । ବାଘ ଛାଲ ଜବତ ସହ ୨ ଜଣଙ୍କୁ ଗିରଫ କରିଥିଲା ବନବିଭାଗ । ଆଜି ୩ ଜଣଙ୍କୁ କୋର୍ଟ ଚାଲାଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.