କେନ୍ଦୁଝର ଜିଲ୍ଲା ବୁଢୀପଦା ଗାଁରୁ ବାଘଛାଲ ଜବତ ଘଟଣା: ଗିରଫ ସଂଖ୍ୟା ୪କୁ ବୃଦ୍ଧି

କେନ୍ଦୁଝର (କେନ୍ୟୁଜ୍‌): କେନ୍ଦୁଝର ଜିଲ୍ଲା ବୁଢୀପଦା ଗାଁରୁ ବାଘଛାଲ ଜବତ ଘଟଣା । ଗିରଫ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ବନବିଭାଗ ପକ୍ଷରୁ ପ୍ରଥମେ ମୁଖ୍ୟ ଅଭିଯୁକ୍ତ ବୁଟୁ ମହାକୁଡ଼କୁ ଗିରଫ କରାଯାଇଥିବା ବେଳେ ଆଉ ତିନି ଜଣଙ୍କୁ ଗିରଫ କରିଛି ବନବିଭାଗ । ବୁଟୁ ମହାକୁଡ଼କୁ ପଚରାଉଚୁରା ପରେ ମହାବଳକୁ ମାରିବାର କାରଣ ପଦାକୁ ଆସିଥିଲା ।

ଗୋଟିଏ ପରିବାରର ବାପା ଓ ପୁଅ ୩ ଜଣ ମୋଟ ୪ଜଣ ବାଘକୁ ମାରିବା ସହିତ ଛାଲ ବାହାର କରିଥିଲେ । ସମ୍ପୃକ୍ତ ପରିବାରର ମଇଁଷିକୁ ମହାବଳ ବାଘ ଖାଉଥିବାରୁ ରାଗରେ ତାକୁ ବିଷ ଦେଇ ମାରିଥିବା କଥା ପ୍ରକାଶ କରିଥିଲା ବୁଟୁ। ଅନ୍ୟପକ୍ଷରେ ବୁଟୁ ମହାକୁଡ଼ର ବୟାନକୁ ଆଧାର କରି ତା ବାପା ଦୁର୍ଯ୍ୟୋଧନ ଓ ଦୁଇ ଭାଇ ପଞ୍ଚୁ ଏବଂ ତ୍ରିନାଥକୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ ।

 

 

Leave A Reply

Your email address will not be published.