ଭଞ୍ଜନଗରରେ ବାଘ ଆତଙ୍କ: ସିସିଟିଭିରେ କଏଦ ହେଲା ବୁଲୁଥିବାର ଦୃଶ୍ୟ

ଭଞ୍ଜନଗର (କେନ୍ୟୁଜ): ପୁଣି ବୁଲିଲା ବାଘ । ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବାଘ ଆତଙ୍କ । ସହର ନିକଟରେ ଥିବା ରାମକୃଷ୍ଣ ନଗର ନିକଟସ୍ଥ ଏକ ଜନବସତିକୁ ପଶିଆସିଛି ବାଘ ।  ସିସିଟିଭିରେ କଏଦ ହୋଇଛି ବାଘ ବୁଲୁଥିବା ଦୃଶ୍ୟ । ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗାଁରୁ ବାଘର ପାଦ ଚିହ୍ନ ଠାବ କରିଛନ୍ତି ।  ତେବେ ବନବିଭାଗ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ କରାଯାଇନଥିବାବେଳେ ପାଦ ଚିହ୍ନର ନମୁନା ସଂଗ୍ରହ କରାଯାଇଛି । ବାଘ ର ଉପସ୍ଥିତି ସମ୍ପର୍କରେ ସ୍ପଷ୍ଟ ସୂଚନା ପାଇଁ ବନବିଭାଗ ପକ୍ଷରୁ କ୍ୟାମେରା ଲଗାଯିବ ।  ପୂର୍ବରୁ ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡରେ ବାଘ ଥିବା ନେଇ ସ୍ପଷ୍ଟ ହୋଇଥିଲା ।  କିଛି ଦିନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି ।

ସୂଚନା ଅନୁସାରେ ଜୁନ ୯ରେ ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ କଲରାପତରିଆ ବାଘ ଆତଙ୍କ ଦେଖିବାକୁ ମିଳିଥିଲା। ଗଡ଼ ଗାଁରେ ବାଘ ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଥିଲେ । ଆହତ ମହିଳା ଜଣଙ୍କ ନିଜ ପୁଅ ଓ ସ୍ୱାମୀଙ୍କ ସହ ବାଡ଼ିରେ କାମ କରୁଥିବା ବେଳେ ବାଘ ଆକ୍ରମଣ କରିଥିଲା । ସେ ଚିତ୍କାର କରିବାରୁ ଗ୍ରାମବାସୀ ଏକାଠି ହୋଇ ବାଘଟିକୁ ଘଉଡାଇଥିଲେ । କିନ୍ତୁ ପରେ ପୁଣି ବାଘଟି ଆହତ ମହିଳାଙ୍କ ପୁଅ ଓ କିଛି ଲୋକଙ୍କୁ ଆକ୍ରମଣ କରିଥିଲା ।

You might also like