ସାବଧାନ! ବ୍ରହ୍ମପୁର ଭଞ୍ଜବିହାର କ୍ୟାମ୍ପସ ସହ ଅନ୍ତର୍ବାଟିଆ ଅଞ୍ଚଳରେ ବୁଲୁଛି ବାଘ

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ଭଞ୍ଜବିହାର କ୍ୟାମ୍ପସ ସହ ଅନ୍ତର୍ବାଟିଆ ଅଞ୍ଚଳରେ ବାଘ ବୁଲୁଥିବା ଚର୍ଚ୍ଚା ପରେ ବନବିଭାଗର ପଦକ୍ଷେପ। ବନବିଭାଗର ଏକ ଟିମ୍‌ ପହଂଚି ପାଟ୍ରୋଲିଂ ଆରମ୍ଭ କରିଛନ୍ତି । ରାତିରେ ସାବଧାନ ହୋଇ ଚଳପ୍ରଚଳ କରିବାକୁ କୁହାଯାଇଛି ।

ଏହାସହ ଭୟଭୀତ ନହେବାକୁ ସତର୍କ କରାଇଛି ବନବିଭାଗ । ଗତକାଲି ବାଘ ବୁଲୁଥିବା ଖବର ପ୍ରଚାର ହୋଇଥିଲା । ସ୍ଥାନୀୟ ଲୋକ ଯେପରି ଜୀବ କହୁଛନ୍ତି ତାହା ହେଟା କିମ୍ବା ଅନ୍ୟ କିଛି ହୋଇଥାଇପାରେ ବୋଲି କହିଛି ବନବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.