ଗଞ୍ଜାମରେ ଥମୁନି ବାଘ ଆତଙ୍କ, ବଳଦ ପରେ ଛେଳିକୁ ଖାଇଲା ମହାବଳ

ଗଞ୍ଜାମ: ବଳଦ ପରେ ଛେଳି ଖାଇଲା ବାଘ । ଗଞ୍ଜାମ ଜିଲ୍ଲାରେ ଥମୁନି ବାଘ ଆତଙ୍କ । ୧୬ ନମ୍ବର ଜାତୀୟ ରାଜପଥରେ ବାଘ ରାସ୍ତା ଅତିକ୍ରମ କରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏହାସହ ସହି ସ୍ଥାନରେ ବାଘର ପାଦ ଚିହ୍ନ ମଧ୍ୟ ଠାବ କରାଯାଇଛି । ଏହା ପରେ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଚିକିଟି ବ୍ଲକ ରାଧାମୋହନ ନିକଟ ପନାଡ଼ ଗାଁରେ କିଛିଦିନ ପୂର୍ବରୁ ବାଘ ବଳଦ ଖାଇଥିବା ବେଳେ ଗତକାଲି ୪ଟି ଛେଳି ଖାଇଥିବା ଜଣାପଡିଛି । ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଇ ଲୋକଙ୍କୁ ସଚେତନ କରାଯିବା ସହ ବାଘକୁ ଠାବ କରିବା ପାଇଁ ପ୍ରୟାସ ଚାଲିଛି ।

ଗତ ୨୫ ତାରିଖରୁ ମହାବଳ ବାଘ ଗଞ୍ଜାମରେ ବୁଲୁଥିବା ନେଇ ACF କହିଥିଲେ । ନରସିଂହଗଡ଼ ଗାଁ ନିକଟ ଜଙ୍ଗଲରେ ମହାବଳ ବାଘର ପାଦଚିହ୍ନ ଠାବ ହୋଇଥିଲା । ବାଘର ଗତିବିଧି ଜଣାପଡ଼ିବା ପରେ ବ୍ରହ୍ମପୁରର ଏସିଏଫ ରୁଦ୍ର ପ୍ରସାଦ ରଥ ଓ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ଦିବ୍ୟରଂଜନ ସାହୁ ସମେତ ବନବିଭାଗ ସ୍କ୍ବାଡ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ବିଭିନ୍ନ ସ୍ଥାନରେ କରାଯାଇଥିଲା ଟ୍ରାକିଂ ।  ମାପଚୁପ ପରେ ପାଦଚିହ୍ନ ମହାବଳ ବାଘର ବୋଲି ଏସିଏଫ ରୁଦ୍ର ପ୍ରସାଦ ରଥ ସ୍ପଷ୍ଟ କରିଥିଲେ । ନଜର ରଖିବା ପାଇଁ ୨ଟି ଟ୍ରାପ କ୍ୟାମେରା ଲଗାଯାଇଥିଲା ।

 

You might also like