୫ଟି ଛେଳିକୁ ଉଠାଇ ନେଲା ବାଘ ! କେନ୍ଦୁଝର କରଦାଙ୍ଗି ଗାଁରେ ଆତଙ୍କ

କେନ୍ଦୁଝର(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ କରଦାଙ୍ଗି ଗାଁରେ ବାଘ ଆତଙ୍କ । ଗାଁ ନିକଟ ପାହାଡରୁ ୫ଟି ଛେଳିକୁ ବାଘ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଖବରପାଇ ବନବିଭାଗ ପହଞ୍ଚି ତଦନ୍ତ ଚଳାଇଛି । କରଦାଙ୍ଗି ଗାଁର ସୁରେଶ ପାତ୍ର ଛେଳି ଚରାଇବାକୁ ଯାଇଥିବା ବେଳେ ତାଙ୍କର ୫ଟି ଛେଳି ଗାଏବ୍‌ ହୋଇଯାଇଥିଲା ।

ଗୋଟିଏ ଛେଳିକୁ ଗୁରୁତର ଅବସ୍ଥାରେ ପାଇଥିଲେ । ତେବେ ନିଖୋଜ ଛେଳିଙ୍କୁ ଖୋଜିବାକୁ ଯାଇ ମୃତ ଛେଳିଙ୍କ ସହ ଏକ ବାଘ ଦେଖି ଭୟଭୀତ ହୋଇ ପଡ଼ିଥିଲେ । ଗ୍ରାମବାସୀଙ୍କ ଠାରୁ ଖବରପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଘର ପାଦଚିହ୍ନ ଅନୁସନ୍ଧାନ କରୁଛି ।

ତେବେ ଏହା ଏକ କଲରାପତରିଆ ବୋଲି କେନ୍ଦୁଝର ବନଖଣ୍ଡ ଅଧିକାରୀ କହିଛନ୍ତି । ଜଙ୍ଗଲକୁ ଏକାକି ନଯିବା ପାଇଁ ଗ୍ରାମବାସୀଙ୍କୁ ନିବେଦନ କରାଯାଇଛି । ଏହାସହ ଜଙ୍ଗଲରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି କେନ୍ଦୁଝର DFO କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.