ବିଂଝାରପୁର ରାହସ ଗୁହାଳି ଗାଁରେ ବାଘ ଆତଙ୍କ, ଭୟରେ ଦିନ କାଟୁଛନ୍ତି ଗ୍ରାମବାସୀ

ଯାଜପୁର ଟାଉନ୍ : ଗତକାଲି ସନ୍ଧ୍ୟାରେ ବିଂଝାରପୁର ରାହସ ଗୁହାଳି ଗାଁର ଆମ୍ବ ନଈ ନିକଟରେ କେତେକ ଗ୍ରାମବାସୀ ଗୋଟିଏ ବାଘୁଣୀ ଏବଂ ୩ଟି ଛୁଆ ବୁଲୁଥିବା ଦେଖିବାକୁ ପାଇଥିଲେ।ଏ ନେଇ ଗ୍ରାମବାସୀମାନେ ବନବିଭାଗ କୁ ଖବର ଦେଇଥିଲେ। ଆଜି ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ବାଘ ଛଆ ଓ ତା ମା’କୁ ଖୋଜା ଖୋଜି କରିବା ପରେ କିଛି ନପାଇବାରୁ ସେମାନେ ସେଠାରୁ ଫେରିଯାଇଛନ୍ତି। ଯାହାକୁ ନେଇ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। କେତେକ ସ୍ଥାନରେ ବାଘର ପାଦ ଚିହ୍ନ ପଡିଥିବାର ମଧ୍ୟ ଦେଖିବାକୁ ମିଳିଛି । ବନ ବିଭାଗ ତୁରନ୍ତ ବାଘକୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତରିତ କରିନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

Leave A Reply

Your email address will not be published.