ରଥଯାତ୍ରା ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା : ନିୟୋଜିତ ହେବେ ୧୪୦ ପ୍ଲାଟୁନ ଆର୍ମଡ୍‌ ପୋଲିସ ଫୋର୍ସ

ratha yatraପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା । ନିୟୋଜିତ ହେବେ ୧୪୦ ପ୍ଲାଟୁନ ଆର୍ମଡ୍‌ ପୋଲିସ ଫୋର୍ସ । ୨ ୟୁନିଟ୍‌ ରାପିଡ୍‌ ଆକ୍ସନ ଫୋର୍ସ, ୨ୟୁନିଟ୍‌ ଏସଟିଏଫ୍‌, ୨ୟୁନିଟ୍‌ ଏସଟିୟୁ, ଏନଡିଆରଏଫ୍‌ ଓ ଓଡ୍ରାଫ୍‌ ର ଗୋଟିଏ ଲେଖାଏଁ ୟୁନିଟ୍‌ ମୁତୟନ କରାଯିବ । ଏକ ହଜାର ପୋଲିସ ଅଫିସର ଓ ୨୦୦୦ ହୋମ୍‌ଗାର୍ଡ ମୁତୟନ ହେବେ । ଏହାସହ ୨ୟୁନିଟ୍‌ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ-ଏନଏସଜି ପାଇଁ ଆବେଦନ କରାଯାଇଛି । ସୁରକ୍ଷା ଦାୟିତ୍ୱ ଭାର ସମ୍ଭାଳିବେ ଏଡିଜି ସତ୍ୟଜିତ୍‌ ମହାନ୍ତି । ତାଙ୍କୁ ସହଯୋଗ କରିବେ ବହୁ ବରିଷ୍ଠ ପୋଲିସ ଅଧିକାରୀ । ସେହିପରି ରଥଯାତ୍ରା ପାଇଁ ଟ୍ରାଫିକ୍‌ ବ୍ୟବସ୍ଥାକୁ ଦିଆଯାଇଛି ଅଧିକ ଗୁରୁତ୍ୱ । ପିପିଲିରୁ ପୁରୀ ପଯ୍ୟର୍ନ୍ତ ଓ୍ଵାନ-େଓ୍ଵ ଟ୍ରାଫିକ୍‌ ହେବ । ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ । ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଟ୍ରାଫିକ୍‌ ବ୍ୟବସ୍ଥାର ଭାର ଜଣେ ଆଇଜିଙ୍କୁ ଦିଆଯାଇଛ । ପୋଲିସ ଡିଜି ଡାକ୍ତର ଆର୍‌. ପି. ଶର୍ମାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ବୈଠକରେ ପୁରୀ ଏସ୍‌ପି, ଗୁଇନ୍ଦା ଏଡିଜି, ରେଲେଓ୍ଵ ଏଡିଜି ପ୍ରମୁଖ ଯୋଗ ଦେଇ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ ।

ରଥଯାତ୍ରା ପ୍ରସ୍ତୁତି ନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମୀକ୍ଷା କରାଯାଇଥିଲା। ଏଥର ରଯାତ୍ରା ସମୟରେ ମୁତୟନ ହେବେ ୩୧ ଜଣ ବିଶେଷଜ୍ଞ ଡାକ୍ତରଙ୍କ ସମେତ ୧୬୭ ଜଣ ଅଧିକ ଡାକ୍ତର। ସେହିପରି ୩୭୪ ଜଣ ପାରାମେଡିକ ସହ ୬୮ଟି ଆମ୍ବୁଲାନ୍ସ ମୁତୟନ ହେବ। ପୁରୀ ସହର ସମେତ ଆଖପାଖ ଅଂଚଳ ଓ ଜାତୀୟ ରାଜପଥରେ ୭୦ଟି ଆଶୁ ଚିକିତ୍ସା କେନ୍ଦ୍ର ଖୋଲିବ। ଯଥେଷ୍ଟ ପରିମାଣର ରକ୍ତ ମହଜୁଦ ରଖାଯିବ। ଏହାସହ ପାନୀୟ ଜଳ ଓ ଖାଦ୍ୟ ପଦାର୍ଥର ଯାଞ୍ଚ ଆରମ୍ଭ ହୋଇଛି। ୯୧୩ଟି ହୋଟଲରେ ଯାଞ୍ଚ ସରିଛି। ୬୧୯ କେଜିର ବାସିଖାଦ୍ୟ ନଷ୍ଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୯୮ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣା ପଡିଛି।

Leave A Reply

Your email address will not be published.