ଚନ୍ଦନ ଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା, ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି

ପୁରୀ : ଚନ୍ଦନ ଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା । ପୁରୀ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି l ଚନ୍ଦନ ଯାତ୍ରା ସମୟରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରିଛି ପୁରୀ ପୋଲିସ l ଆଜି ପୁରୀ ଏସପି ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଥିଲେ l

ଚନ୍ଦନ ଯାତ୍ରା ଲାଗି ପୁରୀ ପୋଲିସ ପକ୍ଷରୁ ୫ପ୍ଲାଟୁନ ପୋଲିସ ଫୋର୍ସ ସହ ୫୮ ହୋମଗାର୍ଡ, ୩୭ କନେଷ୍ଟବଳ, ୪ ହାବିଲଦାର, ୨୦ ଏଏସଆଇ, ୮ଜଣ ଇନ୍ସପେକ୍ଟର, ୫ଜଣ ଡିଏସପି ଏବଂ ଜଣେ ଅତିରିକ୍ତ ଏସପି ସୁରକ୍ଷା ଦାୟିତ୍ୱରେ ରହିବେ l ଚନ୍ଦନ ଯାତ୍ରା ସମୟରେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା କୁ ସୁପରିଚାଳନା କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି l

ଶ୍ରୀମନ୍ଦିରରୁ ଠାକୁର ମାନେ ବାହାରିଵା ସମୟରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ରହିବ । ଏଥିସହ ପକେଟମାର ଏବଂ ଚୋରଙ୍କ ନିମନ୍ତେ ସାଧା ପୋଷାକଧାରୀ ପୋଲିସ ସୁରକ୍ଷା ଦାୟିତ୍ୱରେ ରହିବେ l ଆଉ ମାତ୍ର ଗୋଟିଏ ଦିନ ପରେ ମହାପ୍ରଭୁ ଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ ।