ଖୁବଶୀଘ୍ର ଶିମିଳିପାଳ ଫେରିବ ଜିନତ୍, ପ୍ରାୟ ମାସେ ପରେ କାବୁ ହୋଇଛି ‘ଜିନ୍ନତ’

ଭୁବନେଶ୍ୱର : ଖୁବଶୀଘ୍ର ଶିମିଳିପାଳ ଫେରିବ ଜିନତ୍। ଏବେ କୋଲକାତା ଆଲିପୁର ଚିଡ଼ିଆଖାନାରେ ସୁସ୍ଥ ଅଛି ବାଘୁଣୀ। ପ୍ରାୟ ମାସେ ପରେ କାବୁ ହୋଇଛି ‘ଜିନ୍ନତ’। ଗତକାଲି ପଶ୍ଚିମବଙ୍ଗ ବାଙ୍କୁରାରେ ବାଘୁଣୀକୁ ଟ୍ରାଙ୍କୁଲାଇଜ କରିବାରେ ବନ ବିଭାଗ ସଫଳ ହୋଇଥିଲା। ଆଲିପୁର ଚିଡ଼ିଆଖାନାର ସ୍ବତନ୍ତ୍ର ସଂଗରୋଧ ଜିନତକୁ ଖୁଆଡ଼ରେ ରଖାଯାଇଛି।

ଡାକ୍ତରଙ୍କ ଅନୁମତି ମିଳିବା ପରେ ଜିନ୍ନତକୁ ଓଡ଼ିଶା ଅଣାଯିବ। ଶିମିଳିପାଳରେ ସ୍ବତନ୍ତ୍ର ଖୁଆଡ଼ରେ ରହିବା ପରେ ବାହାରକୁ ଛଡ଼ାଯିବ ବୋଲି ସୂଚନା ଦେଇଛନ୍ତି ପିସିସିଏଫ। ମହାରାଷ୍ଟ୍ରରୁ ଶିମିଳିପାଳକୁ ଅଣାଯାଇଥିଲା ବାଘୁଣୀ ଜିନତ । ଡିସେମ୍ବର ୮ ତାରିଖରୁ ଶିମିଳିପାଳରୁ ବାହାରି ଝାଡଖଣ୍ଡ ଜଙ୍ଗଲରେ ପଶିଥିଲା। ପରେ ପଶ୍ଚିମବଙ୍ଗ ମୁହାଁ ହୋଇଥିଲା ।