ନନ୍ଦନକାନନରେ ବାଘୁଣୀ ରୁପା ଜନ୍ମ ଦେଲା ୪ ଶାବକ

ଭୁବନେଶ୍ବର : ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ବାଘୁଣୀ ରୁପା ଜନ୍ମ ଦେଲା ୪ ଶାବକ । ତୃତୀୟ ଥର ପାଇଁ ମାଆ ହେଲା ଧଳା ବାଘୁଣୀ ରୁପା । ୪ ଶାବକଙ୍କ ମଧ୍ୟରେ ଗୋଟିଏ କଳାରଙ୍ଗର ଶାବକ ଥିବା ସୂଚନା ରହିଛି। ସିସିଟିଭି ଜରିଆରେ ମାଆ ଓ ୪ ଶାବକଙ୍କ ଉପରେ ରଖାଯାଇଛି ନଜର ।

ବାଘୁଣୀ ‘ରୁପା’  ପ୍ରଥମ ଥର ପାଇଁ ୨୦୨୨ ମାର୍ଚ୍ଚ ୧୧ ତାରିଖରେ ମା’ ହୋଇଥିଲା । ମହାବଳ ବାଘ ‘ରାଜେଶ’ ସହିତ ମିଳନ  ଯୋଗୁ  ୩ ଶାବକ ଜନ୍ମ ଦେଇଥିଲା ‘ରୁପା’  । ଏଥିରୁ ୨ଟି ଶାବକ ଏକ ମାସ ମଧ୍ୟରେ ମୃତ୍ୟୁ ହୋଇଥିଲା । କିନ୍ତୁ ତୃତୀୟ ଶାବକ ହିମାଂଶୀକୁ  ଝାଡ଼ଖଣ୍ଡର ରାଞ୍ଚିର ଚକଲାସ୍ଥିତ ଭଗବାନ ବିର୍ସା ପ୍ରାଣୀ ଉଦ୍ୟାନକୁ  ଗତ  ଜୁଲାଇ ୯ ତାରିଖରେ ପଠାଯାଇଥିଲା ।

ଗତ ବର୍ଷ ଜାନୁଆରି ୬ ତାରିଖରେ ମା’ ହୋଇଥିଲା ରୁପା ।  ଦ୍ବିତୀୟ ଥର ପାଇଁ  ମଧ୍ୟ  ରାଜେଶ ସହିତ ମିଳନରୁ ମା’ ହୋଇଥିଲା ରୁପା । ଗତ ବର୍ଷ ରୁପା ଅମ୍ରିତା ଓ ଶିବା ଦୁଇ ଶାବକଙ୍କୁ ଜନ୍ମ ଦେଇଥିଲା । ବର୍ତ୍ତମାନ ଏହି ଦୁଇ ଶାବକ ନନ୍ଦନକାନନରେ ଅଛନ୍ତି ।