ପଶ୍ଚିମବଙ୍ଗରେ ବୁଲୁଛି ମରାଠୀ ବାଘୁଣୀ, ଖୁବ୍‌ ଶୀଘ୍ର ହେବ ଟ୍ରାଙ୍କୁଲାଇଜ

ଭୁବନେଶ୍ୱର : ନାକେଦମ କଲାଣି ମରାଠୀ ବାଘୁଣୀ । ଖୁବ୍‌ ଶୀଘ୍ର ଟ୍ରାଙ୍କୁଲାଇଜ୍ ହେବ ଜିନ୍ନତ । ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାରେ ବୁଲୁଛି ବାଘୁଣୀ ଜିନ୍ନତ୍ । ରେଡିଓ କଲାର ମାଧ୍ୟମରେ ସାଟେଲାଇଟ ଜରିଆରେ ଟ୍ରାକ୍ କରାଯାଉଛି । ଏବେ ବନ୍ଦାନ ଜଙ୍ଗଲରୁ ବାହାରି ଏକ ଡ୍ୟାମ ନିକଟରେ ରହିଛି । ଏଥିପାଇଁ ବନ ବିଭାଗ ଟିମ୍ ସମ୍ପୂର୍ଣ୍ଣ ସଜାଗ୍ ରହିଛି ବୋଲି ସୂଚନା ଦେଇଛନ୍ତି ପିସିସିଏଫ ପ୍ରେମ କୁମାର ଝା । ରେଡିଓ କଲାର୍ ମାଧ୍ୟମରେ ଜିନ୍ନତ୍କୁ ସାଟେଲାଇଟ୍ ଜରିଆରେ ଟ୍ରାକ୍ କରାଯାଉଛି । ଶିମିଳିପାଳରୁ ଝାଡଖଣ୍ଡ ଦେଇ ପଶ୍ଚିମବଙ୍ଗ ପଳାଇଛି ଜିନ୍ନତ୍ ।  ଏଥିପାଇଁ ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, GPS ନେଟଓ୍ୱର୍କ ସବୁ ସ୍ଥାନରେ ନ ଥିବାରୁ ଟ୍ରାକିଂରେ ସମସ୍ୟା ରହୁଛି । ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶା ବନ ବିଭାଗ ଜିନ୍ନତକୁ ଟ୍ରାକ କରୁଛନ୍ତି । ଜିନ୍ନତକୁ ଏବେ ଖାଦ୍ୟ ଦେବା ପାଇଁ ଚେଷ୍ଟା କରାଯାଉଛି ।  ଖାଦ୍ୟ ଗ୍ରହଣ କରିବା ପରେ ତାକୁ ଟ୍ରାଙ୍କୁଲାଇଜ୍ କରାଯିବ ।