ତିନି ବିଧାୟକଙ୍କ କର୍ମସ୍ଥଳୀ ଭଦ୍ରକର ତିହିଡ଼ି, ଏବେ ଖୋଜୁଛି ବିକାଶ

ତିନି ତିନିଟା ନିର୍ବାଚନୀ ମଣ୍ଡଳୀର କେନ୍ଦ୍ରସ୍ଥଳୀ । ପାଓାରଫୁଲ ବିଧାୟକ ବି ଅଛନ୍ତି। ହେଲେ ବିକାଶ ମୂଳକ କାମରେ ପଛରେ ପଡିଛି ଏହି ବ୍ଲକ । ନାଁଟି ହେଉଛି ଭଦ୍ରକର ତିହିଡ଼ି । ଅନେକ ସମସ୍ୟା ଭିତରେ ବ୍ଲକଟି ଛନ୍ଦି ହୋଇପଡିଛି । ଏ ଅଭିଯୋଗ ଆମର ନୁହେଁ, ସ୍ଥାନୀୟ ଲୋକଙ୍କର ।
ନାଁ ଅଛି ବସଷ୍ଟାଣ୍ଡ ନାଁ ଯାତ୍ରୀ ବିଶ୍ରାମଗାର, ନାଁ ପାର୍କିଂ ଷ୍ଟାଣ୍ଡ ଏମିତିକି ବଜାର ଉପରେ ଶୈାଚାଳୟ ଓ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ନାହିଁ ।

ଦୁଇ ଜଣ ବିଧାୟକ ବିଜେଡିର ଓ ଜଣେ ବିଧାୟକ ବିଜେପିର ଏହି ତିହିଡିର ପ୍ରତିନିଧିତ୍ୱ କରୁଛନ୍ତି । ହେଲେ ବିକାଶ କଥା ଉଠିଲେ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଖାଲି ଏତିକି ନୁହେଁ, ସ୍ୱାସ୍ଥ୍ୟ ସେବାରେ ମଧ୍ୟ ପଛରେ ପଡିଛି ତିହିଡି । ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଡାକ୍ତର ନାହାନ୍ତି । ବଜାରରେ ଗାଡି ପାର୍କିଂ ପାଇଁ ବ୍ୟବସ୍ଥା ନାହିଁ । ଲୋକେ ରାସ୍ତା କଡ଼ରେ ଗାଡି ପାର୍କିଂ କରୁଥିବାରୁ ରାସ୍ତା ଆହୁରି ସଂକୁଚିତ ହୋଇଯାଉଛି । ସେହିଭଳି ବସଷ୍ଟାଣ୍ଡ ନଥିବାରୁ ରାସ୍ତା ଉପରେ ବସ ଓ ଅନ୍ୟ ୪ଚକିଆ ଯାନ ରହି ଯାତ୍ରୀ ଉଠାଉଛନ୍ତି । ତେଣୁ ସବୁବେଳେ ତିହିଡି ବଜାରରେ ଲାଗି ରହୁଛି ଟ୍ରାଫିକ ସମସ୍ୟା । ତିହିଡି ବଜାର ଉପରେ ଡାକ ବଙ୍ଗଳା ଅଛି ହେଲେ ସେ ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ।

ଚାନ୍ଦବାଲରି ୯ପଂଚାୟତ, ବାସୁଦେବପୁରର ୯ ପଂଚାୟତ ଓ ଧାମନଗର ନିର୍ବାଚନୀ ମଣ୍ଡଳୀର ୧୩ଟି ପଂଚାୟତକୁ ନେଇ ତିହିଡି ବ୍ଲକ । ତେଣୁ ରାଜନୈତିକି ଦୃଷ୍ଟି କୋଣରୁ ତିହିଡିର ଗୁରୁତ୍ୱ ଅନେକ । ତିନି ଜଣ ବିଧାୟକ ଥିଲେ ବି ଯେମିତି ଏହା କାହାର ଦାୟିତ୍ୱ ନୁହେଁ, ସେହିଭଳି ସାବତ ଭାବେ ବ୍ୟବହାର ପାଉଛି ତିହିଡ଼ି ।

ତେବେ ତିହିଡିକୁ ଏନ.ଏ.ସି କରାଯିବା ସହ ଏ କଥାକୁ ବିଧାନସଭାରେ ଉଠାଇବି ବୋଲି ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ନୁ ସେଠୀ କହିଥିବା ବେଳେ ଶୈାଚାଳୟ ଓ ଆଲୋକୀକରଣ ପାଇଁ ଶିଳାନ୍ୟାସ କରାଯାଇଛି କାମ ଆରମ୍ଭ । ବସଷ୍ଟାଣ୍ଡ ପାଇଁ ମଧ୍ୟ ପ୍ରସ୍ତାବ ଯାଇଛି ବୋଲି କହିଛନ୍ତି ତିହିଡି ବ୍ଲକ ପଂଚାୟତ ସମିତି ଅଧକ୍ଷା । ତେବେ କାନ୍ତ କବିଙ୍କ ଅଞ୍ଚଳର ମର୍ଯ୍ୟାଦା ରକ୍ଷା କରିବା ଦାୟିତ୍ୱ ହେଉଛି ଜନପ୍ରତିନିଧିଙ୍କର । ଆଶା କରୁଛୁ ଆମର ଏହି ରିପୋର୍ଟ ପରେ ସେମାନେ ସଚେତନ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.