ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ
ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତଳିତର୍ପଣ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୂର୍ବତନ ଈଟିଭି କର୍ମଚାରୀ । ସେମାନେ ରାମୋଜୀ ରାଓଙ୍କ ଦଶାହ ଅବସରରେ ଶୁଦ୍ଧିକ୍ରିୟା ରୀତି ଅନୁକରଣ କରି ବିନ୍ଦୁସାଗରରେ ତଳିତର୍ପଣ କରିଛନ୍ତି। ସୋମବାର ପୂର୍ବାହ୍ନରେ ବିନ୍ଦୁସାଗରରେ ପାରମ୍ପରିକ ରୀତିରେ ଖିଅର ଓ ମୁଣ୍ଡନ ହୋଇଥିଲେ। ସେମାନେ ରାମୋଜୀ ରାଓଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରି ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଜୁନ ୮ ତାରିଖ ଭୋରରୁ ହାଇଦ୍ରାବାଦଠାରେ ତାଙ୍କର ବିୟୋଗ ଘଟିଥିଲା।