ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ, ବିନ୍ଦୁସାଗର କୂଳରେ ତିଳତର୍ପଣ କଲେ ବିଜେଡି ନେତା

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ତିଳତର୍ପଣ । ଭୁବନେଶ୍ୱର ବିନ୍ଦୁସାଗର କୂଳରେ ବିଜେଡି ପକ୍ଷରୁ ଆୟୋଜିତ ତିଳତର୍ପଣ କାର୍ଯ୍ୟକ୍ରମରେ ବିଜେଡିର ପ୍ରମୁଖ ନେତା, କାର୍ଯ୍ୟକର୍ତ୍ତାଙ୍କ ସମେତ ସାଧାରଣ ଲୋକେ ମଧ୍ୟ ସାମିଲ ହୋଇଥିଲେ । ରଘୁପତି ରାଘବ ରାଜରାମ ଧ୍ୱନିରେ ବିନ୍ଦୁସାଗର କୂଳରେ ବିଜୁ ବାବୁଙ୍କ ସ୍ମୃତିଚାରଣ କରାଯାଇଛି ।

ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ତାଙ୍କ ଅବଦାନକୁ ସ୍ମରଣ କରାଯାଇଛି । ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଏମସି ମେୟର ସୁଲୋଚନା ଦାସ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଅନ୍ୟ ଉପସ୍ଥିତ ନେତା, କାର୍ଯ୍ୟକର୍ତ୍ତା ଓ ଲୋକେ ରୀତିନୀତି ଅନୁଯାୟୀ ବିନ୍ଦୁସାଗରରେ ତିଳତର୍ପଣ କରିଛନ୍ତି ।

 

 

ଆହୁରି ପଢ଼ନ୍ତୁ : ବିଜେଡି ସଭାପତି ପଦ ପାଇଁ ଆଜି ନାମାଙ୍କନ ଭରିବେ ନବୀନ, ଏପ୍ରିଲ ୧୯ରେ ହେବ ନାଁ ଘୋଷଣା